୧୯ ଜିଲ୍ଲାରୁ ୨୨୯ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟର ୧୯ ଜିଲ୍ଲାରୁ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୧୯୩ ଜଣ। , ଲୋକାଲ୍ କେସ୍‌ ୩୬ଜଣ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨୪, ଯାଜପୁରରୁ ୨୨, ଖର୍ଦ୍ଧାରୁ ୨୧,  ସୁନ୍ଦରଗଡ଼ରୁ  ୧୭, କଟକରେ ୧୨, ଝାରସୁଗୁଡ଼ାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୭, ନୟାଗଡ଼ରୁ  ୫, ପୁରୀରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ ୩ ଏବଂ ମୟୂରଭଞ୍ଜରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ, ବରଗଡ଼, ଦେବଗଡ଼ ଓ ଗଜପତି,  ଜଗତସିଂହପୁର, କେନ୍ଦୁଝର ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

You might also like