ଲକ୍‌ ଡାଉନ୍‌ ଭାଙ୍ଗିବା ଅଭିଯୋଗରେ ୨୨୭ ମାମଲା ରୁଜୁ

ଭୁବନେଶ୍ୱର: ଲକ୍‌ଡାଉନ୍ ନିୟମ ଭାଂଗିଥିବା ଅଭିଯୋଗରେ ୨୨୭ ମାମଲା ହୋଇଛି। ରାଜ୍ୟରେ କରୋନାକୁ ନେଇ କଟକଣା ଜାରି କରାଯାଇଥିବାବେଳେ ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪୪ଟି ମାମଲା ହୋଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ମୋଟ ୨୪୪ଟି ମାମଲା ରୁଜୁ କରାଯାଇଛି। ଲକ୍‌ଡାଉନ୍ ନିୟମ ଭଂଗ ଅଭିଯୋଗରେ ୨୨୭ଟି ମାମଲା, ହୋମ କ୍ୱାରେଣ୍ଟିନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ଟି, ଅପପ୍ରଚାର କରୁଥିବା ଅଭିଯୋଗରେ ୫ଟି ମାମଲା, ଏବଂ ଅନ୍ୟାନ୍ୟ ୯ଟି ମାମଲା ରୁଜୁ ହୋଇଛି।

ସେପଟେ ଲକ୍‌ଡାଉନ୍ ପିରିୟଡ୍‌ରେ ବଜାରକୁ ଯିବାଲାଗି ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ଏହାର ଅନେକ ଲୋକ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଚି।

ଲୋକମାନେ ପରିବା ଓ ଗ୍ରୋସରି ସାମଗ୍ରୀ କିଣିବାକୁ ଘର ପାଖ ବଜାରକୁ ଚାଲି ଚାଲି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସରକାର।  କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

ଯେଉଁମାନେ ଆଇନ ଅମାନ୍ୟ କରି ଘରୁ ବାହାରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।

ସେହିଭଳି କଡ଼ା ନିୟମ ସତ୍ୱେ ଆଇନ ଉଲ୍ଲଂଘନ କରି ଅନେକ ଲୋକ ଗାଡି ଧରି ବାହାରକୁ ଆସୁଛନ୍ତି। ଏହି ସବୁ ଗାଡ଼ିକୁ ଧରି ଜବତ କରି ଥାନାକୁ ଆଣିଛି ପୋଲିସ।

ଯାଜପୁରରେ ୩୦୨ଟି ଗାଡ଼ି ଜବତ କରିଛି। ପୋଲିସ କେବଳ ଯାଜପୁର ରୋଡ ଅଞ୍ଚଳରେ ୧୫୦ରୁ ଅଧିକ ଗାଡି ସିଜ୍ କରିଛି। ଆଇନ ଉଲ୍ଲଂଘନ କଲେ ସେମାନଙ୍କଠାରୁ ବଡ ଆକାରରେ ଜୋରିମାନା ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

You might also like