ଭୁବନେଶ୍ୱରରୁ ୨୨୦ ପଜିଟିଭ ଚିହ୍ନଟ, ୮୪ ଲୋକାଲ କେସ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୨୨୦ ପଜିଟିଭ ଚିହ୍ନଟ। ୨୨୦ରୁ ୧୩୬ କ୍ୱାରେଣ୍ଟିନ, ୮୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ(ବିଏମ୍‌ସି)।

କେଉଁ ଅଞ୍ଚଳରୁ କେତେ:-

ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୋଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଞ୍ଚେଶ୍ୱରରୁ ୫, ବରମୁଣ୍ଡାରୁ ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ଼ ଜିଜିପି କଲୋନିରୁ ୪ ଚିହ୍ନଟ ହୋଇଛନ୍ତି।


ବଡ଼ଗଡ଼ ବ୍ରିଟ କଲୋନିରୁ ୬, ଗଜପତି ନଗରରୁ ୪, ବାଣୀବିହାର ପଥରବନ୍ଧରୁ ୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱର ମହାନଗରରୁ ଆଉ ୧୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍ ବିଏମ୍‌ସି ଅଞ୍ଚଳରେ ୫୭୦୭ ଜଣ ସଂକ୍ରମିତ ହୋଇଛନ୍ତି। ୩୬୯୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୮ ଜଣଙ୍କ ମୃତ୍ୟୁ ହୋଇଛି। ୧୯୮୩ ଏବେବି ସକ୍ରିୟ କେସ୍ ରହିଛି।

ଆହୁରି ପଢ଼ନ୍ତୁ

You might also like