କଟକ ସହରରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ; କଟକ ସହରରେ ଆଜି ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନ୍‌ରୁ ୧ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ୧ ଚିହ୍ନଟ ହୋଇଛନ୍ତି।


ଅନ୍ୟପଟେ ଆଜି ରାଜ୍ୟରୁ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଛି।

ସେହିପରି କରୋନାରେ ଆଜି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like