‘ରାତିରେ ଗଡ଼ିବ ୨୨ ଅଟୋ’
ବ୍ରହ୍ମପୁର: ଲକ୍ଡାଉନ୍ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର ଓ ସେମାନଙ୍କ ଫୋନ୍ ନମ୍ବର ଜାରି ହୋଇଛି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କୌଣସି ଜରୁରୀ କାମ ପଡ଼ିଲେ ଲୋକମାନେ ଫୋନ୍ କରି ଏହି ସୁବିଧା ପାଇପାରିବେ।
ସୂଚନାଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷକରି, ଗଞ୍ଜାମ ଜିଲ୍ଲାରେ କିଛି ଦିନ ହେବ ସର୍ବାଧିକ ଆ୍ରକାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୯୧ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୦୦୮ଜଣ ସୁସ୍ଥ ହୋଇଥିବା ବେଳେ ୧,୯୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ୫୯ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କର ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି।