ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨୧ କରୋନା ରୋଗୀ
ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୨୧ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ ୧୬ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୫ ଲୋକାଲ କଣ୍ଟାକ୍ଟ ବୋଲି ବିଏମସି ପକ୍ଷରୁ କୁହଯାଇଛି।
ଲୋକାଲ ୫ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ ହସ୍ପିଟାଲରୁ ୨ ଓ ଅନ୍ୟ ଘରୋଇ ହସ୍ପିଟାଲରୁ ଜଣେ।
ସେହିପରି କ୍ୱାରେଣ୍ଟିନ୍ କେସ୍ ମଧ୍ୟରୁ ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତ ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ, ଅନ୍ୟ ୨ କଳିଙ୍ଗନଗରରୁ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ ବେହେରାସାହିରୁ ଜଣେ, ବଡ଼ଗଡ଼ ବ୍ରିଟ୍ କଲୋନୀରୁ ଜଣେ ଚିହ୍ନଟ ହୋଇଛନ୍ତି।
ସେହିପରି ଏକ ଘରୋଇ ହସ୍ପିଟାଲ ନିକଟ ଶ୍ରଦ୍ଧାପଲ୍ଲୀ ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି।
ଆଜି ଭୁବନେଶ୍ୱରରୁ ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୬୨୫ ଜଣ। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆକ୍ଟିଭ କେସ ଅଛନ୍ତି ୬୧୪।
Update on newly detected & cured #COVID19 cases in the last 24 hrs under the BMC area on 21st July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/AcICXZC4PM— BMC (@bmcbbsr) July 21, 2020