• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କଟକ : ଜଗା କାଳିଆଙ୍କ ଚିକିତ୍ସା ପାଇଁ ମୋଟ ୨୧ ଲକ୍ଷ ୮୩ ହଜାର ୬୧୬ ଟଙ୍କା ଖର୍ଚ୍ଚ ହୋଇଛି।  ଗତକାଲି କଟକ ଏସ୍‌ସିବିରେ ଜଗା କାଳିଆ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜଗା କାଳିଆ ରହୁଥିବା ସ୍ୱତନ୍ତ୍ର ଓ୍ୱାର୍ଡ ବୁଲି ଦେଖିଥିଲେ। ଏହାପରେ କଟକ ଏସସିବିରେ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ମୋଟ ୧ କୋଟି ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି।  ଜଗା ସଂପୂର୍ଣ୍ଣ ସୁସ୍ଥ ଅଛି । ତାକୁ ସ୍କୁଲରେ ଆଡମିଶନ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି। ଦୀର୍ଘ ୨ବର୍ଷ ପରେ ଦିଲ୍ଲୀ ଏମ୍‌ସରୁ ଓଡ଼ିଶା ଫେରିବା ପରେ ଗତକାଲି ଉଭୟଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏସସିବିକୁ ନିଆଯାଇଥିଲା।

ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ, କାଳିଆର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। କାଜୁଆଲ୍‌ଟି ବିଲ୍‌ଡିଂର ପ୍ରଥମ ମହଲାରେ ଥିବା ଆଇସିସିୟୁରେ ସେମାନଙ୍କୁ ରଖାଯିବା ସହ ୨୪ ଘଣ୍ଟିଆ ତତ୍ତ୍ୱାବଧାନ ପାଇଁ ସ୍ୱତନ୍ତ୍ର ନର୍ସ ଓ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ଯେଉଁଥିରେ ଅଛନ୍ତି ନ୍ୟୁରୋଲଜି, ପେଡିଆଟ୍ରିକ୍, ପଲ୍‌ମୋନାରି, ଫିଜିଓ ଥେରାପି ଭଳି ବହୁ ବିଶେଷଜ୍ଞ। ସେମାନଙ୍କ ଚିକିତ୍ସା ସହିତ ଖାଦ୍ୟ, ପାନୀୟ ଓ ଶାରିରୀକ ବ୍ୟାୟାମ ଆଦିରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଦିଲ୍ଲୀ ଏମ୍ସରୁ ଆସିଥିବା ଡାକ୍ତରୀ ଟିମ୍ ସହ ଏସସିବିର ଡାକ୍ତରମାନେ ଆଲୋଚନା କରିଛନ୍ତି।

21-lakh-spend-for-jagakalia-treatment
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories