• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଭୟ ବଢ଼ାଉଛି କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅଲୋଡ଼ା ରେକର୍ଡ ସୃଷ୍ଟି କରୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ରାଜ୍ୟର କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ପୁଣି ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୬୧କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ, ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୬/୭ ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ କରିଚାଲିଛି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଜଟିଳ ହେବାରେ ଲାଗିଛି । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଆକଳନ ହେଉଛି । ଆଜି ପୁଣି ରାଜ୍ୟରେ ୧୧୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୪୨୦୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୩ ଜଣ କ୍ବାରେଣ୍ଟାଇନରେ ଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡ଼ରୁ ୪୨୮, ଭଦ୍ରକରୁ ୮୩, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧,୦୫୨, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଗଞ୍ଜାମରୁ ୩୪୧, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୨, ଝାରସୁଗୁଡ଼ାରୁ ୪୨୧, କଳାହାଣ୍ଡିରୁ ୪୦୨, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୨୩୧, ଖୋର୍ଦ୍ଧାରୁ ୧,୫୧୦, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନବରଙ୍ଗପୁରରୁ ୪୧୯, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ପୁରୀରୁ ୪୫୪, ରାୟଗଡ଼ାରୁ ୧୩୮, ସମ୍ବଲପୁରରୁ ୫୩୩, ସୋନପୁରରୁ ୨୧୦, ସୁନ୍ଦରଗଡ଼ରୁ ୧,୯୨୨ ଓ ଷ୍ଟେଟ୍‌ ପୁଲ୍‌ରୁ ୩୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

21-corona-death-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories