କଟକ ସହରରେ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରେ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୨, ସରକାରୀ କ୍ୱାରେଣ୍ଟିନ୍‌ରୁ ୪୩ ଓ ହୋମ୍‌ କ୍ୱାରେଣ୍ଟିନ୍‌ରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (CMC)।

କେଉଁ ଅଞ୍ଚଳରୁ କେତେ:-

ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନରୁ ୨୨ ଚିହ୍ନଟ ହୋଇଛନ୍ତି। ସେହିପରି SCB ଆଇସୋଲେସନ ୱାର୍ଡରୁ ୯, କଲେଜ ସ୍କୋୟାର- ୬ ଓ ଜୋବ୍ରାରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ସିଡିଏ ସେକ୍ଟର-୧୧, ମାଝୀସାହି, ମହାନଦୀ ବିହାର, ନୂଆବଜାରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା ୪୭୭୭ରେ ପହଞ୍ଚିଛି। ୨୮୧୩ ସୁସ୍ଥ ହୋଇଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୯୩୮ ଏବେବି ଚିକିତ୍ସାଧୀନ ଅଛନ୍ତି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

You might also like