• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବଦଳିଲେ ନୟାଗଡ଼ ଏସପି। ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ତାଳଚେର ଏସିଡିପିଓ ଥିବା ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ର ନୂଆ ଏସପି ଭାବେ ଅବସ୍ଥାପିତ କରାଯାଇଛି। ପରୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ନିଶାନା ପରେ ବିବାଦରେ ଥିଲେ ପ୍ରତ୍ୟୁଷ ଦିବାକର। ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଦୁର୍ବଳ ତଦନ୍ତକୁ ନେଇ ନୟାଗଡ଼ ଏସ୍‌ପିଙ୍କ ଉପରେ ଅଙ୍ଗୁଳି ଉଠିଥିଲା। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଆସୁଥିଲା।

ତେବେ ଆଜିର ବଦଳି ପାଇଁ କାରଣ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ପରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହେଉଛି। ସରକାର ନୟାଗଡ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପିଓ ଭାବେ ବଦଳି କରାଯାଇଛି । ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପରୀ ହତ୍ୟା ମାମଲାରେ ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

https://twitter.com/otvkhabar/status/1341762537948213250?s=20

ସେପଟେ ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ସେହିଭଳି କ୍ରାଇମବ୍ରାଞ୍ଚ୍ ଏସପି ଥିବା ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି ଏବଂ ଅଖିଳେଶ୍ୱର ସିଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବେ ନୂଆ ନିଯୁକ୍ତି ମିଳିଛି।

କିଏ କେଉଁଠିକୁ ଗଲେ:-

  • ନରସିଂହ ଭୋଳ- ସମ୍ବଲପୁର ଆଇଜି
  • ରାଜେଶ ପଣ୍ଡିତ -କୋରାପୁଟ ଡିଆଇଜି
  • ସଫିନ ଅହମ୍ମଦ -ଡିଆଇଜି ଟେକ୍ନିକାଲ
  • ସାର୍ଥକ ଷଡ଼ଙ୍ଗୀ -ଅନୁଗୁଳ ଡିଆଇଜି
  • ଅବିନାଶ କୁମାର-ଡିଆଇଜି SAP
  • କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖରଙ୍କୁ C&T ବିଭାଗକୁ ବଦଳି
  • କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ପରିବହନ ବିଭାଗ ଅତିରିକ୍ତ କମିଶନର
  • ବି. ଗଙ୍ଗାଧର -ସମ୍ବଲପୁର ଏସପି
  • ଚରଣ ସିଂହ ମିନା -ଭଦ୍ରକ ଏସପି
  • କେ. ଶିବା ସୁବ୍ରମଣି-ଢେଙ୍କାନାଳ ଏସପି
  • ରାହୁଲ ପି.ଆର୍ -ଯାଜପୁର ଏସ୍‌ପି
  • ଏମ୍. ସନ୍ଦୀପ ସଂପଦ-କେନ୍ଦ୍ରାପଡ଼ା ଏସପି
  • ମୁକେଶ କୁମାର ଭାମୁ- ରାଉରକେଲା ଏସପି
2015-batch-ips-pratyush-diwakar-nayagarh-sp-has-been-transferred-posted-as-aig-hdqrs
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories