ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦୧ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୪, ଲୋକାଲ୍ କେସ୍ ୧୩୭ ରହିଛି। ସେହିପରି ଆଉ ୨୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

କେଉଁ ଅଞ୍ଚଳରୁ କେତେ:

ବଡ଼ଗଡ଼ରୁ ୧୦, ପଟିଆ ଓ ନୟାପଲ୍ଲୀରୁ ୮ ଲେଖାଏଁ, ଓଲ୍ଡ ଟାଉନ୍‌ରୁ ୭, ବିଜେବି ନଗର, ସହିଦ ନଗର ଓ ରସୁଲଗଡ଼ରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି।

You might also like