କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍ ପୁଲ୍‌ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ-୧୫୯, କଟକ-୧୪୧, ସୁନ୍ଦରଗଡ଼-୧୩୧, ଯାଜପୁରରୁ ୧୧୩ ସୁସ୍ଥ ବାଲେଶ୍ୱର-୧୦୪, ମୟୂରଭଞ୍ଜ-୧୦୧, କଳାହାଣ୍ଡି-୯୧, କେନ୍ଦ୍ରାପଡ଼ା-୮୦ ବରଗଡ଼-୭୮, ବଲାଙ୍ଗିର-୭୨, ପୁରୀ ୬୯, କେନ୍ଦୁଝର ଓ କୋରାପୁଟରୁ ୫୩ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁର-୪୮, ନୂଆପଡ଼ା-୪୭, ଝାରସୁଗୁଡ଼ା-୪୬, ନବରଙ୍ଗପୁର-୪୫ ସୋନପୁର-୪୩, ଢେଙ୍କାନାଳ-୩୬, ସମ୍ବଲପୁର-୩୫, ଗଞ୍ଜାମରୁ ୩୩, କନ୍ଧମାଳ-୩୧, ମାଲକାନଗିରି-୨୯, ନୟାଗଡ଼-୨୪, ଭଦ୍ରକରୁ ୧୭, ରାୟଗଡ଼ା-୧୬, ଦେବଗଡ଼-୧୩, ବୌଦ୍ଧ-୧୧ ଏବଂ ଗଜପତିରୁ ୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।

You might also like