୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ପାଇଛନ୍ତି କାଳିଆ ଟଙ୍କା

ଭୁବନେଶ୍ୱର: ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ଆଜି ସ୍ପଷ୍ଟ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଏହି ଚାକିରିଆମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନହେଲେ ଦରମାରୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଖାଲି ସେତିକି ନୁହେଁ ଏହି ଯୋଜନାରେ ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରୁ ପ୍ରାୟ ୧୨ ହଜାର ବଡ଼ ଚାଷୀ ସହାୟତା ପାଇଛନ୍ତି। ଏହି ବଡ଼ ଚାଷୀମାନଙ୍କୁ ମଧ୍ୟ ଟଙ୍କା ଫେରାଯିବାକୁ କୁହାଯିବ।

ସେହିଭଳି ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ସହାୟତା ପାଇଛନ୍ତି। ଏସବୁ ପରିବାରର ମୁଖ୍ୟ ସହାୟତା ପାଇଥିବାରୁ ପରବର୍ତ୍ତୀ କିସ୍ତିରେ ଏହା ବ୍ୟବସ୍ଥିତ ହେବ। ତା’ଛଡ଼ା ୩ ଲକ୍ଷ ଲୋକ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି। ଏଣୁ ଗୋଟିଏ ପରିବାରର କେବଳ ଜଣକୁ ସହାୟତା ମିଳିବ ଓ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

You might also like