ବନ୍ୟା ପାଣିରେ ୨୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା(ବଳରାମ ଲେଙ୍କାର): ସୋମବାର ରାତିରେ ରାଜୁଆ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ହୋଇଥିବା ପଞ୍ଚାୟତଗୁଡ଼ିକ ହେଲା ଓରବର ସିଂ, ଡିହଖଳା, ମାନପୁର, ଓରମି ଓ ରାୟପୁର।

ରାତିରେ ହଠାତ୍ ଘରେ ପାଣି ପଶିବା ଯୋଗୁ ଧାନ, ଚାଉଳ ସମେତ ଲୋକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନଷ୍ଟ ହୋଇଯାଇଛି। ଚାଷ ଜମି ଜଳମଗ୍ନ ହୋଇଯାଇଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ଉକ୍ତ ଅଞ୍ଚଳକୁ ଗମନାଗମନ ପ୍ରଭାବିତ ହୋଇଛି। ଏଥିଯୋଗୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକେ ପାଣି ଘେରରେ ରହିଛନ୍ତି।

ସେହିପରି ପୁରୀ ଜିଲ୍ଲାର କଣାସ ବ୍ଲକର କିଛି ଗାଁରେ ବନ୍ୟା ପାଣି ମଧ୍ୟ ପଶିଯାଇଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ୱାରା ରାଜୁଆ ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

You might also like