ବିନା ସୂଚନାରେ ଓଡ଼ିଶା ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର: ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରାଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଛନ୍ତି। ଏଣୁ ସେମାନେ ଆସିବା ସମ୍ପର୍କରେ ଆଗୁଆ ସୂଚନା ନଦେଲେ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି।

ବିନା ସୂଚନାରେ ତେଲେଙ୍ଗାନାରୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ। ୧୨ଟି ଟ୍ରେନରେ ସେମାନେ ଓଡ଼ିଶା ଫେରୁଥିବା ବେଳେ, ଏନେଇ ତେଲେଙ୍ଗାନା ପ୍ରଶାସନ କିମ୍ବା ସମ୍ପୃକ୍ତ ପ୍ରବାସୀଙ୍କ ପକ୍ଷରୁ କୌଣସି ସୂଚନା ଦେଇନାହାନ୍ତି। ପ୍ରକୃତରେ କେତେ ପ୍ରବାସୀ ଆସୁଛନ୍ତି ଓ ସେମାନେ ରାଜ୍ୟର କେଉଁ ସ୍ଥାନକୁ ଯିବେ, ସେନେଇ ଆଗୁଆ ସୂଚନା ନଥିବାରୁ, ପ୍ରବାସୀମାନେ ପହଞ୍ଚିବା ପରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ବାହାର ରାଜ୍ୟରୁ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆଗୁଆ ସୂଚନା ଦିଅନ୍ତୁ।

ସୂଚନା ଦେଇ ଆସିଲେ ଗନ୍ତବ୍ୟ ସ୍ଥଳକୁ ପଠାଇବା ବ୍ୟବସ୍ଥା କରାଯାଇପାରିବ। ବିନା ସୂଚନାରେ ଆସିଲେ ମାଗଣା ଟିକେଟ୍ ବ୍ୟବସ୍ଥା ଲାଗୁ ହୋଇନପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା। ଏଥିସହ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ଓ ସେଠାରେ ଥିବା ଓଡ଼ିଆ ସମାଜର ମଧ୍ୟ ସହଯୋଗ ଲୋଡ଼ିଛନ୍ତି ଏସଆରସି।

You might also like