ଭୁବନେଶ୍ୱର: ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଆସିଥିବା ଏଇ ଟେଷ୍ଟ କିଟ୍ ମଧ୍ୟରୁ କଟକ SCBକୁ ୧୫ଶହ, ଅନ୍ୟ ୫ଟି ମେଡିକାଲ କଲେଜକୁ ହଜାରେ ଲେଖାଏଁ କିଟ୍ ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୫ ଶହ କିଟ୍ ଯୋଗାଇ ଦିଆଯାଇଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ସେହିପରି ଗଂଜାମ ଜିଲ୍ଲାକୁ ୩ ହଜାର, ଗଜପତି ଜିଲ୍ଲାକୁ ୫ଶହ ଏବଂ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍ ପଠାଯାଇଥିବା ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା। ଆଗରୁ ଓଡ଼ିଶାକୁ ୫ହଜାର ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ଆସିଥିଲା।
ପ୍ରକାଶଥାଉକି, ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ।
ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନ ର ନିର୍ଦ୍ଦେଶକ। ଦେଶରେ କରୋନା ଭାଇରସର ଯେଉଁ ୪ଟି ଷ୍ଟ୍ରେନ୍ ଅଛି ତାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି।
ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଭ୍ୟାକ୍ସିନ ପ୍ରସଙ୍ଗରେ ସେ କହିଛନ୍ତି, ଏତେ ଶୀଘ୍ର ନୁହେଁ ଭ୍ୟାକ୍ସିନ ଆସୁ ଆସୁ ଆସନ୍ତା ବର୍ଷ ହୋଇଯିବ ହ୍ୟୁମାନ ଟ୍ରାଏଲ ରେଜଲ୍ଟ ପରେ ହିଁ ଭ୍ୟାକ୍ସିନ ଆସିପାରିବ।