ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ନୂଆ ପଜିଟିଭ୍‌ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କେବଳ ୧୭ଜଣ ଅଛନ୍ତି। ବାକି ୩ଜଣ ମୟୂରଭଞ୍ଜ ଜିଲ୍ଲାର। ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ କେସ୍ ବାହାରିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

ଏଯାବତ୍ ରାଜ୍ୟରେ ୫୦, ୫୧୪ କରୋନା ସାମ୍ପଲ୍ ଟେଷ୍ଟ ହୋଇଛି। ଗତକାଲି ମୋଟ ୩୦୬୦ଟି ସାମ୍ପଲ୍ ଟେଷ୍ଟ କରାଯାଇଛି।

ଚିହ୍ନଟ ହୋଇଥିବା ନୂଆ ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ ଜଣଙ୍କର ମୃତ୍ୟୁ ଘଟିଛି।

You might also like