ଆଉ ୨୦ ପଜିଟିଭ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଗଂଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଅଛନ୍ତି। ଗଂଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧୫୪ ସଂକ୍ରମିତ ହେଲେଣି।

ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଆଉ ୬ ଆକ୍ଟିଭ କେଶ ରହିଛି। ସେହିପରି ବୌଦ୍ଧରେ ୪ଜଣ ସଂକ୍ରମିତ ହୋଇଛନ୍ତି।

ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେହିପରି ଆଜି କରୋନାରୁ ୧୭ ଜଣ ସୁସ୍ଥ ହୋଇଛନ୍ତି। ଏଯାଏଁ ୮୫ ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୩୨୬ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶଥାଉକି ଆଜି ସକାଳେ ୧୪ ଜଣ ଓ ଅପରାହ୍ଣରେ ୩  ଓ ସଂଧ୍ୟାରେ ୨୦ ପଜିଟିଭକୁ ମିଶାଇ ରାଜ୍ୟରେ ଏଯାଏ ୩୭ଜଣ ଚିହ୍ନଟ ହେଲେଣି।

You might also like