• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ୩୦ରୁ ୮ଟି ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁ ହାର ଅଧିକ ରହିଛି। ଏହି ୮ ଜିଲ୍ଲା ଭିତରେ ରହିଛି ବାଲେଶ୍ୱର । କେବଳ ବାଲେଶ୍ୱର ଜିଲ୍ଲାରେ ଚଳିତବର୍ଷ ଲକଡାଉନ ଓ ସଟଡାଉନ୍ ସତ୍ତ୍ୱେ ୧୬୪ଟି ପ୍ରାଣଘାତି ଦୁର୍ଘଟଣା ଘଟିଛି। ଏଥିରେ ଅନେକ ଅମୂଲ୍ୟ ଜୀବନ ଯାଇଛି।  କେବଳ ସେପଟେମ୍ବରରେ ପ୍ରାଣ ହରାଇଛନ୍ତି ୨୦ ଜଣ ।

ଏବେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଡକ ସୁରକ୍ଷା ଆଇନ କଡାକଡି ପାଳନ କରିବାପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ନୂଆ ସଡ଼କ ସୁରକ୍ଷା ଆଇନକୁ କଡାକଡି ପାଳନ କରିବାକୁ ତାଗିଦ୍ କରିଛନ୍ତି ଜିଲ୍ଲାପାଳ।

ଏଠି କହିରଖିବୁ, ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଘଟିଛି। ୩୫ଟି ବ୍ଲାକ ସ୍ପଟ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ସତ୍ତ୍ୱେ ସୋର ଥାନା ଅଞ୍ଚଳରେ ଦୁର୍ଘଟଣାରେ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ରହିଛି। ସେ ଭିତରୁ ବାଇକରଙ୍କ ସଂଖ୍ୟା ଅଧିକ। ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟୁଥିବାବେଳେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଅନୁପାଳନ କରିବାକୁ ତତ୍ପରତା ଦେଖାଇଛି ପ୍ରଶାସନ ।

ଏଣିକି ନିୟମିତ ପାଟ୍ରୋଲିଂ, ଜରିମାନା ଆଦାୟ, ଡ୍ରାଇଭିଂ ଲାଇସେନ୍ସ ବାତିଲ ସମେତ କଠୋର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଆରଟିଓ।

20-dead-in-accident-in-the-month-of-september-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories