୨୦ଜଣ ଦାଦନ ଶ୍ରମିକ ଉଦ୍ଧାର

କୋରାପୁଟ : କୋରାପୁଟର ପଟାଙ୍ଗି ଥାନା ଜିଲ୍ଲାଗୁଣ୍ଠା ଗାଁର ୨୦ ଜଣ ଦାଦାନ ଶ୍ରମିକ କର୍ଣ୍ଣାଟକରୁ ଉଦ୍ଧାର। ବେଙ୍ଗାଲୁରୁ ନିକଟ କୁମ୍ବୁପୋରୁ ଏମାନଙ୍କୁ ଉଦ୍ଧାର କରିଛି ପଟାଙ୍ଗି ପୁଲିସ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ପୁରୁଷ ଓ ୭ ଜଣ ମହିଳା ଶ୍ରମିକ।

ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ଦଲାଲ ୩ ମାସ ତଳେ ନେଇଥିଲା। ସେଠାରେ କିନ୍ତୁ ଅଧିକ କାମ ସହିତ ମାଡ ମରାଯାଉଥିଲା। ଶ୍ରମିକଙ୍କ ମଧ୍ୟରୁ ଜଣେ ଠିକାଦାରର କ୍ୟାମ୍ପରୁ ଖସି ଅାସି ଗାଁରେ ଜଣାଇଥିଲା।  ଗ୍ରାମବାସୀ ପଟାଙ୍ଗି ଥାନାରେ ଅଭିଯୋଗ କରିବା ପରେ ଦଲାଲ ଲିଙ୍ଗା ଖରାକୁ ପୁଲିସ ଗିରଫ କରିବା ସହ ୨୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।

 

You might also like