• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଯାଜପୁର(ଗୁଲାମ୍ ଗସ୍):  ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର 2 ବର୍ଷର ଝିଅ ପିହୁ ନିଖୋଜକୁ  ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ ଅଦ୍ୟାବଧି ତାର କୌଣସି ପତ୍ତା ମିଳୁ ନାହିଁ। ପୋଲିସ ଠାରୁ ବିଫଳ ହେବା ପରେ ପରିବାର ଲୋକେ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ।  ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ୨୦ ଦିନ ବିତିଯାଇଥିଲେ ହେଁ ପିହୁର ପିତା ପାଇବାରେ ପୋଲିସ ବିଫଳ ହୋଇଛି।

କିଛି ଦିନ ତଳେ ଖୋଦ ଏସ୍‌ପି ପିହୁର ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ। ହେଲେ ଏବେବି ପିହୁ ସମ୍ପର୍କରେ କିଛି ସୁରାଗ ପାଇପାରୁନାହିଁ ପୋଲିସ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୯ ତାରିଖରେ ପିହୁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା। ଏନେଇ ତାର ମାଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେବଳ ଏକ ନିଖୋଜ ମାମଲା ରୁଜୁ କରି ଚୁପ ହୋଇ ବସିରହିଥିଲା। ଘଟଣାର ୪ ମାସ ପରେ ବିଭିନ୍ନ ଗଣମାଧ୍ୟମରେ ଘଟଣା ପ୍ରସାରିତ ହେବା ପରେ ପୋଲିସ ପକ୍ଷରୁ କିଛିଟା ତତ୍ପରତା ପ୍ରକାଶ ପଶିଥିଲା।

ହେଲେ ଏବେ ଯାଏଁ ପୋଲିସ ପିହୁର ପତ୍ତା ପାଇବାରେ ବିଫଳ ହେଉଥିବା ଜଣାପଡୁଛି। ଝିଅକୁ ପାଇବା ପାଈଁ ଆଗାମୀ ଦିନରେ ପରିବାର ଲୋକେ ଶିଶୁ ବିକାଶ ମନ୍ତ୍ରୀଙ୍କ କ୍ୱାଟର ଆଗରେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

ତଦନ୍ତ ବାଟବଣା ହେଉଛି। ପିହୁ ପାଇଁ ଆମେ କଲେକ୍ଟର ଅଫିସ୍ ଆଗରେ ଧାରଣାରେ ବସିଥିଲୁ। ତେବେ ପିହୁକୁ  ଆଣିଦେବେ ବୋଲି ଏସ୍‌ପି ନିଜେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୭ ମାସ ହେଲାଣି ପିଲାଟିର ପତ୍ତା ମିଳୁନି। ଯଦି ପାରୁନାହାନ୍ତି, ତାହାହେଲେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରନ୍ତୁ। ତଦନ୍ତ ନାଁରେ ଆମକୁ କେବଳ ଭୁଆଁ ବୁଲାଯାଉଛି। ଯଦି ନ୍ୟାୟ ନ ମିଳେ ଶିଶୁ ବିକାଶ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବୁ। 
-ମୋନାଲିସା ନାୟକ, ପିହୁର ମାଆ
ବିଞ୍ଝାରପୁର ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। କୁମ୍ଭକର୍ଣ୍ଣ ଯେମିତି ୬ ମାସରେ ଥରେ ଉଠେ, ସେମିତି ବିଞ୍ଝାରପୁର ପୋଲିସ୍ ୧୦ ଦିନରେ ଥରେ ଉଠିପଡୁଛି। ପିହୁ ନିଖୋଜ ନେଇ ତଦନ୍ତର ଗତି କୁଆଡେ ଯାଉଛି ଆମେ ଜାଣିପାରୁନୁ। ଏହା ଦନ୍ତ ବିହୀନ ତଦନ୍ତ। ମାମଲା ରୁଜୁ ହେବା ଦିନଠୁ ପୋଲିସ୍ ଚୁପ୍ ହୋଇ ବସି ରହିଛି। ଆମେ ଧାରଣାରେ ବସିବା ପରେ ଏସ୍‌ପି ଆସି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳିପାରି ନାହିଁ। ଯେହେତୁ ଏମାନେ ଗରିବ ଲୋକ, ସେଥିପାଇଁ ପୋଲିସ୍ ତଦନ୍ତର ଦିଗ ବଦଳାଉଛି। 
- ପ୍ରଭାସ କୁମାର ସାମଲ, ସ୍ଥାନୀୟ ବାସିନ୍ଦା

https://www.youtube.com/watch?v=5q365YkzbqY

ପରୀ, ପିହୁ ଓ ସ୍ୱାତୀ ପରି ଅନେକ କୁନି ଝିଅଙ୍କ ନିଖୋଜକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ନୟାଗଡ଼ ନାବାଳିକା ନିଖୋଜ ଓ ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଏସ୍‌ଆଇଟି ଟିମ୍ ଉପରେ ଅନେକ ପ୍ରଶ୍ନ ଛିଡ଼ା ହୋଇ ରହିଛି।

2-yr-jajpur-girl-pihu-missing-since-7-months-family-demands-high-level-investigation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories