ପାଣିରେ ଓଲଟି ପଡ଼ିଲା କଦଳୀ ଭେଳା; ୨ ଭାଇ ମୃତ

ଯାଜପୁର: କଦଳୀ ଭେଳା ଓଲଟି ପଡିବାରୁ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ମେଦୁଆକୁଳ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ୨ଜଣ ମେଦୁଆକୂଳ ଗାଁର ଶୁଭ୍ରଜିତ ବେହେରା(୨୪) ଏବଂ ମିଟୁଲ ବେହେରା(୨୯)। ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ଏହି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ ଭେଳାରେ ଯାଉଥିବା ସମୟରେ ହଠାତ୍‌ ଭେଳାଟି ଓଲଟି ପଡ଼ିଥିଲା। ଫଳରେ ଏହି ଦୁଇ ଜଣ ବନ୍ୟାଜଳରେ ବୁଡ଼ି ଯାଇଥିଲେ।

ଖବର ପାଇ ବରୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଭାଇଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

You might also like