କଟକ ସ୍ୱେରେଜ୍‌ ଲାଇନ୍ କାମ ବେଳେ ଅଘଟଣ; ୨ ମୃତ

୨ ଶ୍ରମିକ ମୃତ

କଟକ: ସ୍ୱରେଜ୍‌ କାମ ବେଳେ ଫସିଲେ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍‌ ଲାଇନ୍ କାମ କରିବା ବେଳେ ଏହି ଅଘଟଣ ଘଟିଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡ଼ିକାଲରେ ୨ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ସ୍ୱେରେଜ୍‌ କାମ ଚାଲିଥିବା ବେଳେ ୨ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ସୁରକ୍ଷା ସରଂଜାମ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏବେ କଟକରେ ପୁଣି ସେହିଭଳି ଏକ ଘଟଣା ଘଟିଛି।

ଆଜି  ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ  ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଏହି ଅଘଟଣ ଘଟିଥିଲା। ପ୍ରଥମେ ଜଣେ ଶ୍ରମିକ ପ୍ରାୟ ୧୦ରୁ ୧୫ ଫୁଟ ଭିତରକୁ ପଶିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଯାଇଥିଲେ। ଏହାପରେ ୨ ଜଣ ଫସିଯିବାରୁ ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନ ଫେରିବାରୁ ଉପସ୍ଥିତ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। କିନ୍ତୁ ପରେ ତିନି ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପ୍ରାଣ ଚାଲିଥିବା ନେଇ ସୂଚନା ମିଳିଛି।

ଏଠାରେ କହିରଖୁଛୁ, କିଛିଦିନ ତଳେ ଅର୍ଥାତ୍‌ ମାର୍ଚ୍ଚ ୧୯ ତାରିଖରେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳରେ ଏକ ଅଘଟଣ ଘଟିଥିଲା। ସ୍ୱେରେଜ୍‌ କାମ ଚାଲି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ସ୍ୱେରେଜ୍‌ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କାମ କରିବାକୁ ଭିତରକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କୌଣସି ଅଘଟଣ ଘଟି ଶ୍ୱାସରୁଦ୍ଧ ହୋଇଥିଲା। ଫଳରେ ଭିତରୁ ଆଉ ବାହାରକୁ ବାହାରି ପାରିନଥିଲେ ଶ୍ରମିକମାନେ। ତୁରନ୍ତ ଏ ସମ୍ପର୍କରେ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାରମ୍ବାର ସ୍ୱେରେଜ୍‌ କାମରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା କଥା ସାମ୍ନାକୁ ଆସୁଛି।

You might also like