ଚନ୍ଦନପୁରରେ ୨ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁରରେ ୨ ଜଣ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବୁଧୁନି ନାୟକ ଓ ବିମଳା ନାୟକ ବୋଲି ଜଣାପଡ଼ିଛି। ଏହି ଦୁଇ ମହିଳା ବନ୍ତଳା ଚନ୍ଦନପୁରର ଏକ କୁକୁଡ଼ାଫାର୍ମରେ କାମ କରୁଥିଲେ। ମଙ୍ଗଳବାର କାମ ସାରିବାପରେ ଦୁଇ ମହିଳା ବାହାରକୁ ଯିବା ସହ ରାତି ୧୧ଟାରେ ଘରକୁ ଫେରିଥିଲେ।

ଘରକୁ ଫେରି ଅସୁସ୍ଥ ଅନୁଭବ କରିବା ପରେ ଏ ନେଇ ପଡ଼ୋଶୀ କୁକୁଡ଼ା ଫାର୍ମର ମାଲିକଙ୍କୁ ଖବର ଦେଇଥିଲେ। ପରେ ସେମାନଙ୍କୁ ଅନୁଗୁଳ ମେଡ଼ିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାପରେ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଅାରମ୍ଭ କରିଛି।

You might also like