ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ; ୬ ଗୁରୁତର

ରାୟଗଡ଼ା: ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ। ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ। ହୋଇଛି। ଏଥିରେ ଆଉ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୩ ମୃତକଙ୍କ ମଧ୍ୟରେ ୨ ମହିଳା ଶ୍ରମିକ ଥିବା ସୂଚନା ମିଳିଛି। ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟା ଜାରି ରହିଛି।

You might also like