• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମାଲକାନଗିରି: ମାଓବାଦୀଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଭାଙ୍ଗୁଛି ଏକତା। ଏହାସହ ଭୟଙ୍କର ସ୍ଥିତି ଆଡ଼କୁ ମୁହାଁଉଛନ୍ତି ନିରୀହ ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି।

ଗୁରୁବାର ଦିନ ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜେଇ ହୋଇ ମେଳି କରିଥିଲେ। ସେହିପରି ୫୦୦ ମିଟର ଦୂର ଦରଲାପଡ଼ାରେ ଯୋଡ଼ାଆମ୍ବ ପଞ୍ଚାୟତର କୁନ୍ତୁରପଦର, ଯୋଡ଼ାଆମ୍ବ, ଟିକରପଡ଼ା, ଜନ୍ତୁରାଇ ସମେତ ୬ଟି ଗାଁରୁ ହଜାରେ ଆଦିବାସୀ ଆଉ ଗୋଟିଏ ମେଳି କରିଥିଲେ।

ଖଜୁରୀଗୁଡ଼ାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ, ନୂଆ ରାସ୍ତାରେ ସେମାନଙ୍କୁ ଯିବାକୁ ଦେଉ ନାହାନ୍ତି ଅନ୍ୟ ଗୋଷ୍ଠୀର ଲୋକ। ଯଦି ବି କିଏ ଯାଉଛି, ସେମାନଙ୍କୁ ମାଡ଼ ମାରୁଛନ୍ତି। ଏହି କାରଣରୁ ସେମାନେ ଯୋଡ଼ାଆମ୍ବରେ ଥିବା ହସ୍ପିଟାଲକୁ ମଧ୍ୟ ଆସି ପାରୁନାହାନ୍ତି। ସେମାନଙ୍କ ଗାଁକୁ ଯାଇଥିବା ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦେଇଥିଲେ।

ସେହିପରି ଦରଲାପଡ଼ାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ, ଅନ୍ୟ ଗୋଷ୍ଠୀ ସେମାନଙ୍କ ଗାଁରେ ପଶି ମାଓବାଦୀଙ୍କ ସହ ମିଶି ୨୫ ତାରିଖରେ ଘର ଜାଳି ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ଯୋଡ଼ାଆମ୍ବରେ ଅଶାନ୍ତି ଲାଗି ରହିଛି।

2-tribal-community-face-off-in-malkangiri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories