OMR ହଜିବା ଘଟଣାରେ ୨ ନିଲମ୍ବିତ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ  ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ବିଇଓ। ଏଥି ସହ ପରୀକ୍ଷା କେନ୍ଦ୍ର ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଥିଲା। ବୋର୍ଡ ସଭାପତି ଜାହାନ ଆରା ବେଗମ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like