• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଲ୍ୟାଣସିଂହପୁର: ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରି ଗିରଫ ହେଲେ ୧୧ଜଣ। ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସୁପରଭାଇଜରଙ୍କୁ ଉଦ୍ଧାର କରିଛି ପୋଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ।

ସୂଚନା ଅନୁସାରେ କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ରାସ୍ତାର ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ନିୟୋଜିତ ଥିଲେ। ସେହି ସମୟରେ ୧୧ଜଣ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ସେମାନେ ନଦେବାରୁ ବିଳମ୍ବିତ ରାତିରେ ନିର୍ମାଣ ସ୍ଥାନରୁ ଅପହରଣ କରି କଲ୍ୟାଣସିଂହପୁର ଥାନା ସିକରପାଇ ଅଞ୍ଚଳକୁ ନେଇ ଆସିଥିଲେ।

ଖବର ପାଇ ଠିକାଦାର ସାରଦା ନାୟକ ଥାନାରେ ସୂଚନା ଦେଇଥିଲେ। କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ୧୪ ଜଣିଆ ଟିମ୍‌ରୁ ୧୧ ଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି।

ସୁପରଭାଇଜରଙ୍କୁ ଉଦ୍ଧାର କରିବା ସହିତ ଏହା ସହିତ ୫ଟି ବାଇକ ଜବତ କରିଛି, ଫେରାର ଥିବା ଆଉ ୩ ଅଭିଯୁକ୍ତଙ୍କୁ ଧରିବା ଜାରି ରହିଛି, ଆଜି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

2-supervisors-kidnapped-in-kalayansinghpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories