କୋଣାର୍କ: ଅସ୍ତରଙ୍ଗର ଜାହାନିଆ ପୀର ସମୁଦ୍ର ବୁଡ଼ି ଘଟଣାର ମୃତ୍ୟୁ ସଂଖ୍ୟା ୨ଜଣକୁ ବୃଦ୍ଧି ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
ଉଦ୍ଧାର କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ଥିବାବେଳେ ୨ ଜଣ ଗୁରୁତର ଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଉଥିଲା।
ପିକନିକ୍ କରିବା ଉଦ୍ଦେଶ୍ୟରେ ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରକୁ ୬ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଛାତ୍ରମାନେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ବୋଲି ଜଣାପଡ଼ିଛି।