କଲେଜ ଛାତ୍ର କରୁଥିଲେ ଏମିତି କାମ, ଧରିଲା ପୋଲିସ

ଯାଜପୁର: ଯାଜପୁରରେ ବନ ବିଭାଗ ପକ୍ଷରୁ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଅବାଧ ପଶୁ ଶିକାର କରୁଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ  ଚଢାଉ କରାଯାଇଥିଲା।  ଚଢାଉ ବେଳେ ବନ ବିଭାଗ  ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଧରିଛି।

ଅବାଧ ପଶୁ ଶିକାର ଖବର ପାଇ ଯାଜପୁର ରୋଡ୍ ବନଖଣ୍ଡ ଅଧିନରେ ଥିବା ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା। ବନ ବିଭାଗ ଚଢଉ ବେଳେ ଏସବୁ ସାମଗ୍ରୀ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୨ ଜଣ କଲେଜ ଛାତ୍ର ବୋଲି ଡଣାପଡ଼ିଛି । ତେବେ ରାକେଟରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

 

You might also like