• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଝାରସୁଗୁଡା: ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ହେଲେ କରୋନା ପାଇଁ ଦୂର ଦେଶରେ ଥିବା ପୁଅ ଫେରି ପାରୁନି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ।

ଦୁଇ ଦିନ ତଳେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ କିପରି ଶବ ସତ୍କାର କରାଯିବ ? କାରଣ ଦୁଇ ପୁଅ ଯେ ପାଖରେ ନାହାନ୍ତି। ବାପାଙ୍କ ଶେଷ ଦର୍ଶନ ବି ପୁଅମାନେ କରିବାକୁ ବିକଳ। ହେଲେ ବାଧା ସାଜିଛି କରୋନ।  କରୋନା କଟକଣା ଯୋଗୁଁ ସେମାନଙ୍କ ଦୁଇ ପୁଅ ଘରକୁ ଫେରି ପାରୁନାହାନ୍ତି ।

ବଡପୁଅ ମୁମ୍ବାଇରେ ଥିବା ବେଳେ ସାନ ପୁଅ ଆମେରିକାର କାଲିଫର୍ଣ୍ଣିଆରେ ଚାକିରି କରୁଛନ୍ତି । ଏଭଳି ସମୟରେ ଦୁଇ ପୁଅ ଘରେ ପହଞ୍ଚି ପାରୁ ନଥିବାରୁ ପରିବାରର କୋହ ବଢିଯାଇଛି। ଅନ୍ତିମ ଦର୍ଶନ ପାଇଁ ମୃତ ଶରୀରକୁ ଫ୍ରିଜରରେ ରଖାଯାଇଛି॥ କରୋନାପାଇଁ କଟକଣା ଯୋଗୁଁ ସାନ ପୁଅ ପହଞ୍ଚିବା ବିଳମ୍ବ ହେଉଥିବା ବେଳେ ବଡପୁଅ ନିଜ କାରରେ ମୁମ୍ବାଇରୁ ଘରକୁ ଫେରୁଛନ୍ତି ।

ତେଣୁ ପରିବାର ଲୋକେ ଅପେକ୍ଷା କରିଛନ୍ତି,ବଡ଼ ପୁଅ ଆସିବା ପରେ ବାପାର ଶବ ସତ୍କାର କରିବେ। ଅନ୍ୟପକ୍ଷେ ଦିଲ୍ଲୀପଙ୍କ ପତ୍ନୀ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବାବେଳେ ପୁଅମାନେ ଫେରି ପାରୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି।

 

2-sons-not-able-to-reach-home-to-perform-last-rituals-of-father-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories