ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି।

ବୋଗାପଦର ପାହାଡ଼ରେ ମାଓ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି।

 

You might also like