୨ ସାର୍ପ ଶୁଟର୍ ଗିରଫ
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ରେ ୨ ସାର୍ପ ଶୁଟର ଗିରଫ। ସାର୍ପ ସୁଟର ସେକ୍ ସୟଦ ଓ ବାବୁଲା ପତିଙ୍କୁ ଗିରଫ କରିଛି ଏସ୍ଟିଏଫ୍। ଦୁହିଁଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ଏସ୍ଟିଏଫ୍ ଡିଆଇଜି ହିମାଂଶୁ ଲାଲ। ସାର୍ପ ସୁଟରସେକ୍ ସୟଦ ଏବଂ ବାବୁଲା ପତିଙ୍କ ନାଁରେ ହତ୍ୟା ଓ ଦାଦାବଟି ଅାଦାୟ ଭଳି ୨୫ରୁ ଅଧିକ ମାମଲା ରହିଛି।
ସେପଟେ ଟିଟୋ ଲିଙ୍କ୍ରେ ପାରାଦୀପରେ ଜଣେ ଶ୍ରମିକ ନେତାଙ୍କୁ ଜେରା କରୁଛି ଏସ୍ଟିଏଫ୍। ଶ୍ରମିକ ନେତା ରାକେଶ ପଟ୍ଟନାୟକ ଏସ୍ଟିଏଫ୍ ନିକଟରେ ହାଜର ହୋଇଛନ୍ତି । ଟିଟୋ ଲିଙ୍କ୍ ନେଇ ରାକେଶଙ୍କୁ ଗୁଡ଼େଇ ତୁଡ଼େଇ ପଚାରୁଛି ଏସ୍ଟିଏଫ୍।
ପୂର୍ବରୁ ଗତ ୧୩ ତାରିଖ ଦିନ ଡନ୍ର ପତ୍ନୀ ବେନଜିର ବିବିକୁ ଜେରା କରିଥିଲା ଏସ୍ଟିଏଫ୍ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘରେ ବେନଜିରଙ୍କୁ ଜଣେ ଡିିଏସପି ଓ ଦୁଇ ମହିଳା ଇନ୍ସପେକ୍ଟର ପଚରାଉଚରା କରିଥିଲେ। କୋଟିକୋଟି ଟଙ୍କାର ମାଲିିକାନାର ଅଧିକାରୀ କିପରି ହେଲେ ବେନଜିର ? ଗୃହିଣୀ ହୋଇ ବେନଜିର ଅମାପ ସଂପତ୍ତି କେଉଁଠୁ ଅାଣିିଲେ ? ଏକାଧିକ ପେଟ୍ରୋଲ ପମ୍ଫ, କୋଟି କୋଟି ଟଙ୍କାର ଅର୍ଥ କାରବାର କରୁଥିଲେ କିପରି ? ନିଜେ ତଥା ନିଜ ନାରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ଅର୍ଥ ଅାସୁଥିଲା କେଉଁଠୁ ? ବିଭିନ୍ନ ଦିଗରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରିଛନ୍ତି। ଏହା ସହ ୧କୋଟିରୁ ଅଧିକ ଟଙ୍କାର ଜମି ଡିଲ୍ , ଲକ୍ଜୁରିୟସ୍ ଅଡ଼ି ଗାଡି ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରିଥିଲା ।