• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର/ ଜୟପୁର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଫଳରେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ହୋଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି। ସୂଚନା ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଗତ ୮ ତାରିଖରୁ ଆରମ୍ଭ ହୋଇ ୧୮ରେ ଶେଷ ହେବା କଥା। ମାତ୍ର କେତୋଟି ମୂଲ୍ୟାୟନ କେନ୍ଦ୍ରରେ ଆନୁସଙ୍ଗିକ ସୁବିଧାର ଅଭାବ ପାଇଁ ଖାତା ଦେଖାରେ ବିଭ୍ରାଟ ହୋଇଥିବା ନଜରକୁ ଆସିଛି।

ଅନ୍ୟପଟେ ନିର୍ବାଚନ ଯୋଗୁ ଅଧ୍ୟାପକଙ୍କ ଅନୁପସ୍ଥିତି ଖାତା ଦେଖାକୁ ଆହୁରି ବିଳମ୍ବ କରିବ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ ରାଜ୍ୟର ମୋଟ ୯୫ଟି ମୂଲ୍ୟାୟନ କେନ୍ଦ୍ରରେ ଏବେ ଯୁକ୍ତ ଦୁଇ ଖାତା ଦେଖା ଚାଲିଛି। ବାଲେଶ୍ୱର ମେମ୍ସ କଲେଜରେ ହୋଇଥିବା ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଲାଗି ମୋଟ୍ ୨୪୦ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତ ହୋଇଥିଲେ ହେଁ, ପ୍ରକୃତରେ ମାତ୍ର ୧୬୦ ଜଣ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହୁଛନ୍ତି।

ଖାଲି ସେତିକି ନୁହେଁ ଆବଶ୍ୟକ ସଂଖ୍ୟକ କମ୍ପ୍ୟୁଟର ନ ଥିବା ସାଙ୍ଗକୁ ଅନେକ ସମୟରେ ବିଦ୍ୟୁତ୍ କାଟ ସମସ୍ୟାର ମଧ୍ୟ କୌଣସି ସମାଧାନ କରାଯାଉ ନାହିଁ। ଫଳରେ ମୂଲ୍ୟାୟନ ପ୍ରକ୍ରିୟାରେ ମାତ୍ରାଧିକ ଅନୀୟମତତା ହେଉଛି ବୋଲି ପରୀକ୍ଷକ ମାନେ ପ୍ରକାଶ କରିଛନ୍ତି।

ସେହିପରି କମ୍ପ୍ୟୁଟର ଖୋଲିବାକୁ ଓଟିପି ଆସୁ ନ ଥିବାରୁ ସମୟ ଅପଚୟ ମଧ୍ୟ ହେଉଛି। ଏଭଳି ସମସ୍ୟା କାରଣରୁ ପରୀକ୍ଷକମାନେ ଏଣିକି ଆଉ ଖାତା ଦେଖିବା ପାଇଁ ଆସିବେ ନାହିଁ ବୋଲି ମଧ୍ୟ ସିଧା ସିଧା ମନା କରୁଛନ୍ତି।

ସେହିପରି ଜୟପୁରର ବିକ୍ରମ ଦେବ ଅଟୋନମସ କଲେଜରେ ହୋଇଥିବା ଇ-ମୂଲ୍ୟାୟନ କେନ୍ଦ୍ରରେ କିଛି ଝାମେଲା ନ ଥିଲେ ମଧ୍ୟ ପରୀକ୍ଷକଙ୍କ ସଂଖ୍ୟା ଉଦ୍‌ବେଗଜନକ। ଏଠାରେ ୯୦ ଜଣ ଅଧ୍ୟାପକ ଅଧ୍ୟାପିକଙ୍କ ସ୍ଥାନରେ ଖାତା ଦେଖିବାକୁ ମାତ୍ର ୫୬ ଜଣ ଆସୁଛନ୍ତି।

ଏଭଳି ସମସ୍ୟାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ସମସ୍ୟାର ମୁକାବିଲା ପାଇଁ ଦୁଇଟି ସିଫ୍ଟରେ ଖାତା ଦେଖିବାକୁ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି।

2-result-may-delay
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories