ବିବାହ ତାରିଖ ଧାର୍ଯ୍ୟ ହେଲା, କାର୍ଡ ବଣ୍ଟାଗଲା, ହେଲେ ଶାହାନାଇ ବାଜିଲାନି…

ବ୍ରହ୍ମପୁର: ବାହାଘର ତାରିଖ ଧାର୍ଯ୍ୟ ହେଲା। ଠିକ୍‌ ସମୟ ପୂର୍ବରୁ ସବୁ ଆୟୋଜନ ସରି ଯାଇଥିଲା। ବନ୍ଧୁବାନ୍ଧବଙ୍କୁ କାର୍ଡ ବି ଦିଆ ଯାଇଥିଲା। ହେଲେ ରୋଷଣି ଆସିଲାନି କି ଶାହାନାଇ ବାଜିଲାନି। କରୋନା କଟକଣା ଏହି ବିବାହ ବନ୍ଧନରେ ସାଜିଥିଲା ବାଧକ। କର୍ତ୍ତବ୍ୟ ଏବଂ ସେବା  ପାଖରେ ଫିକା ପଡ଼ି ଯାଇଥିଲା ବାହାଘର ଖୁସି। ତେଣୁ ବାହାଘର ବାତିଲ କରି କରୋନା ମୁକାବିଲା କରିବାକୁ ଆଗେଇ ଆସିଲେ ଏଇ ଦୁଇ ଯୋଦ୍ଧା।

ଏଇ କରୋନା ଯୋଦ୍ଧା ହେଉଛନ୍ତି ବ୍ରହ୍ମପୁର ସଦର ଥାନାର ଏସଆଇ ବିଭୂତି ଭୂଷଣ ସେଠୀ। ଅକ୍ଷୟ ତୃତୀୟାରେ ତାଙ୍କର ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା। ବିବାହ ମଣ୍ଡପଠାରୁ ଆରମ୍ଭ କରି ବାଣ ରୋଷଣୀ ସବୁକିଛି ଅପେକ୍ଷା କରିଥିଲା। ‍‍ବାହାଘର କାର୍ଡ ବଣ୍ଟା ସରିଥିଲା। ବିବାହ ଲଗ୍ନକୁ ଅପେକ୍ଷା କରିଥିଲେ  ବିଭୂତି ଓ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଏସଆଇ ସସ୍ମିତା ସେଠୀ।

ଦୁହେଁ ପୋଲିସ ବିଭାଗର କର୍ମଚାରୀ। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି।  ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।  ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ, ଜୀବନର ସବୁ ଖୁସି, ଆନନ୍ଦ ଯେମିତି ପଛ।

ଉଭୟ ବିଭୂତି ଓ ସସ୍ମିତା ମିଶି ଏପରି ନିପତ୍ତି ନେଇଛନ୍ତି। ଦେଶରେ ଏପରି ବିପତ୍ତି ସମୟରେ ବାହାଘର ଘୁଞ୍ଚାଇ ଦେଇ  ନିଜର କର୍ତ୍ତବ୍ୟବୋଧ ସେବା ମନୋଭାବର ପରିଚୟ ଦେଇଛନ୍ତି ଏଇ ଦୁଇ ଅଧିକାରୀ। ତାଙ୍କର ଏପରି ନିଷ୍ପତ୍ତି ପାଇଁ ଅନେକ ଆଡୁ ପ୍ରଶଂସାର ସୁଅ ଛୁଟୁଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like