• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଢେଙ୍କାନାଳ/ଅନୁଗୁଳ: ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍‌ ଡିଜି ଅଭୟ, IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି ସମୟରେ ସେ ତାଳଚେର ସ୍ଥିତ ଏନସିଆର ପୁଲିସ୍‌ ଆଇଜିଙ୍କ ଶୃଙ୍ଖଳାଗତ ପରିଧି ଭିତରେ ରହିବେ ବୋଲି ନିର୍ଦ୍ଦେଶ ରହିଛି।

ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ ତଦନ୍ତ କରି ନ ଥିବା ଏବଂ କୋହଳ ଦଫା ଲଗାଇଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଥାନା ଏସ୍ଆଇ ଅରକ୍ଷୀତ ସେଠୀ। ଅରକ୍ଷୀତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଅନୁଗୁଳ ଏସ୍‌ପି ଜଗମୋହ ମୀନା ସୂଚନା ଦେଇଛନ୍ତି।

କିଛି ଦିନ ପୂର୍ବେ ବାପି ପ୍ରଧାନ ନାମକ ଜଣେ ଅପରାଧୀଠାରୁ ପିସ୍ତଲ ଓ ଗୁଳି ଜବତ ହୋଇଥିଲା। ତେବେ ଏହି ଘଟଣାର ଠିକ୍‌ ଭାବେ ତଦନ୍ତ ହୋଇ ନ ଥିବା ଏବଂ ଅପରାଧୀ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ଅପରାଧୀକୁ ଜାମିନ ମିଳିଥିବା ଅଭିଯୋଗ ହୋଇଥିଲା। ଅରକ୍ଷୀତ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବାରୁ ତାଙ୍କୁ ଦାୟୀ କରି ନିଲମ୍ବନ କରାଯାଇଛି।

2-police-officer-suspended-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories