ରାଜ୍ୟରେ ଖୋଲିବ ଆଉ ୨ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର। କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କ ପ୍ଲାଜମା ଥେରାପି ସଫଳ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ନେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଆଉ ୨ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିବ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ହେବ ପ୍ଲାଜମା ବ୍ୟାଙ୍କ। ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ହେବ।

ଏହାସହ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ଏସିଏସ୍ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ପ୍ଲାଜମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ବହନ ସରକାର ବହନ କରିବେ। କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ କରାଯିବ। ପ୍ଲାଜମା ଦାନକାରୀଙ୍କୁ ସରକାରଙ୍କ ପ୍ରଶଂସା ପତ୍ର ମଧ୍ୟ ଦିଆଯିବ ବୋଲି ଏସିଏସ୍ କହିଛନ୍ତି।

ସୂଚନା ଥାଉକି, ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ କରାଯାଉଛି। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବାବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ରାଉଲକେଲା ଆଇଜିଏଚ୍‌ରେ ପ୍ଲାଜମା ଥେରାପି ହେବ ବୋଲି ସୂଚନା ଦିଆଯାଇଛି।

You might also like