ଅଧା ଆକାଶରେ ଅଟକି ଗଲା ଫାତିମାଙ୍କ ସ୍ୱପ୍ନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିରାଶାଳରେ ଥିବା ପାଇଲଟ୍ ଟ୍ରେନିଂ। ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା। ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି।

ପୋଲିସ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ୬ଟି ବିମାନରେ ତାଲିମ ଦିଆଯାଉଥିଲା।

ଆଜି ସକାଳେ ମହିଳା ଟ୍ରେନି ଅନିଶ ଫାତିମାଙ୍କୁ ନେଇ ତାଲିମ ଦେବା ଲାଗି ଟ୍ରେନର ସଞ୍ଜୀବ ୨ ସିଟ୍ ବିଶିଷ୍ଟ ସେସନା-୧୨୫ ବିମାନରେ ଉଡ଼ାଣ ଆରମ୍ଭ କରିଥିଲେ। ଟେକ୍ ଅପ୍ କରିବା ପରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ୧୦୦ ଫୁଟ୍ ଉଚ୍ଚରୁ ଏୟାରଷ୍ଟ୍ରିପରେ ପାର୍କିଂ ହୋଇଥିବା ୨ଟି ବିମାନ ମଝିରେ ଖସି ପଡ଼ିଥିଲା। ଦୁହିଁଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା। ତେବେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲ॥

ତେବେ ଟ୍ରେନିଂ ବିମାନ ଖସି ମୃତ ଘଟଣାର ତଦନ୍ତ ହେବ ବୋଲି GATI ସୂଚନା ଦେଇଛି। ଟ୍ରେନର ଓ ଟ୍ରେନିଙ୍କ ମୃତ୍ୟୁକୁ ନେଇ  GATI ଦୁଃଖ ପ୍ରକାଶ କରିଛି।

You might also like