• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ହୋଇଛି ଭୋଟ୍। ସକାଳୁ ଲମ୍ବା ଧାଡିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର। ଭୋଟରଙ୍କ ସହ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ମୂଲ୍ୟବାନ ଭୋଟ୍ ଦେଇଛନ୍ତି।

ବଲାଙ୍ଗିର ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇଥିବା କଳିକେଶ ସିଂହଦେଓ, କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, ଆସ୍କା ଲୋକସଭାରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀ ଭୋଟ୍ ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଥିବା ବେଳେ ବରଗଡ଼ ବିଜେଡ଼ି ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଭୋଟ୍ ଦେଇଛନ୍ତି।

ବଲାଙ୍ଗିର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିବା ଅର୍କେଶ ସିଂହଦେଓ, ନରସିଂହ ମିଶ୍ର, ବୌଦ୍ଧରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ୍‌,  ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବ୍ରଜରାଜନଗର ବିଜେଡି ବିଧାନସଭା ପ୍ରାର୍ଥୀ ହୋଇଥିବା କିଶୋର ମହାନ୍ତି, କଣ୍ଟାବାଞ୍ଜି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା, ପଦମପୁର ବିଜେପି  ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ଜନସାଧାରଣଙ୍କ ସହ ଧାଡିରେ ଅପେକ୍ଷା କରି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଏହି ମତଦାନ ସହ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ଇଭିଏମ୍‌ରେ ସିଲ୍ ହୋଇଛି ମୋଟ ୨୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ମେ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

2-phase-voting-finished
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories