ଦୁର୍ଘଟଣାରେ ଶାଶୂ,ଶ୍ୱଶୁର ଓ ବୋହୂ ମୃତ, ୩ ଗୁରୁତର

ଢେଙ୍କାନାଳ: ବାର୍‌ହାକୁ ଧକ୍କା ଦେଇ କାର୍‌ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଏମାନେ ସମସ୍ତେ ଏକ କାର୍‌ରେ ଗତକାଲି ବିଳିମ୍ବିତ ରାତିରେ ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ବେଳେ କମଗରା ନିକଟରେ କାର୍‌ଟି ବାର୍‌ହାକୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା।

You might also like