ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ; ହେଲ୍‌ପର୍‌ ଓ ରୋଗୀ ମୃତ

ଭଦ୍ରକ: ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ। ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଗ୍ରତାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଗଛରେ ପିଟିହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ଆମ୍ବୁଲାନ୍ସର ହେଲ୍‌ପର୍‌ ପ୍ରମୋଦ ପରିଡ଼ା ଓ ଚିକିତ୍ସା ପାଇଁ ଯାଉଥିବା କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ(୫୦)।

ଗୁରୁତର ଆହତ ହୋଇଥିବା ଉପେନ୍ଦ୍ରଙ୍କ ପୁଅ ବିଜୟ ସାହୁଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ୍‌କୁ ରେଫର୍‌ କରାଯାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଆମ୍ବୁଲାନ୍ସଟି ଉଗ୍ରତାରା ନିକଟରେ ଗଛରେ ପିଟି ହୋଇଥିଲା।

ଅନ୍ୟପଟେ, ଆମ୍ବୁଲାନ୍ସର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ୍‌ ଓ ଉପେନ୍ଦ୍ରଙ୍କ ନାତି ରଞ୍ଜିତ ସାହୁ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି।

ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

You might also like