ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି; ୨ ମୃତ

ଜୟପୁର: ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ବରଯାତ୍ରୀ ଭ୍ୟାନ୍ ଓଲଟି ପଡ଼ିଛି।

ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ, ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୧୬ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ-ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ  ତୁଳସା ଜନୀ।

ସୂଚନା ଅନୁସାରେ, ଏହି ଭ୍ୟାନ୍‌ଟି ବୋରିଗୁମ୍ମାରୁ ବରଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଯାଉଥିବାବେଳେ ଗୁରୁମାଈଗୁଡ଼ା ଘାଟିରେ ଦୁର୍ଘଟଣା ଘଟିଛି। ୫୦ରୁ ଅଧିକ ଲୋକ ଏହି ଭ୍ୟାନ୍‌ରେ ଥିଲେ। ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଖବର ପାଇଁ ବିସିଂହପୁର ପୁଲିସ୍‌ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

You might also like