ପୋଲ ତଳକୁ ଖସିଲା କାର୍‌; ୨ ମୃତ

ଭୁବନେଶ୍ୱର: ପୋଲ ଉପରୁ କାର୍‌ ଖସି ପଡ଼ିବାରୁ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଜଟଣୀ-ତଳଖେତା ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ରେ ୩ଜଣ ବ୍ୟକ୍ତି ଜଟଣୀରେ ଗଣେଶ ପୂଜା ଦେଖିସାରି ଭୁବନେଶ୍ୱର ଫେରୁଥିଲେ। ତଳଖେତା ରାସ୍ତା ବାଟଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ କାର୍‌ଟି ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ୍‌ ପାଣି ଭିତରେ କାର୍‌ଟି ବୁଡ଼ି ରହିଥିଲା। କାର୍‌ଟି ପୋଲ ତଳକୁ ଖସିଯିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଅଗ୍ନିଶମ ବିଭାଗ ଓ ପୁଲିସ୍‌କୁ ଏନେଇ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ, କାର୍‌ ଡ୍ରାଇଭର୍ ପାଣି ଭିତରୁ ବାହାରି ଗାଡି ଭିତରେ ଆଉ ଦୁଇ ଜଣ ଥିବା ଲୋକଙ୍କୁ କହିଥିଲେ।

ଅଗ୍ନିଶମ ବିଭାଗ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍‌କୁ ପାଣି ଭିତରୁ ବାହାର କରି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର୍‌ ଲୋକଙ୍କୁ ସୂଚନା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

You might also like