ବୋଲେରୋ ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟେର ରାସ୍ତାର ଦୁଲକିବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିଜମରା ଗାଁର ପଦ୍ମନାଭ ରଣା ଓ ବଡ଼କୁଟ୍ରୁ ଗାଁର ସାଇ ସୌରଭ ପଣ୍ଡା।

ଗତକାଲି ରାତିରେ ଦୁଇ ସାଙ୍ଗ ପଦ୍ମନାଭ ଓ ସାଇ ସୌରଭ ଭୋଜି ଖାଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ପଦ୍ମନାଭଙ୍କ ମୃତ୍ୟୁ ଘଟିଥିଲା। ସାଇ ସୌରଭଙ୍କୁ ଭବାନୀପାଟଣା ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like