ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି।

ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ତେବେ ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ କେନାଲ୍‌ ନିର୍ମାଣକାରୀ କମ୍ପାନୀର ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। କ୍ଷତିପୂରଣର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି।

You might also like