• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲିଗୁଡା: କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍‌ଫି ନିଶା। ପ୍ରବାସୀ ଯୁବତୀଙ୍କ ସହ ଫଟୋ ଉଠାଇଲେ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ। ସେଲଫି ଉଠାଇବା ବେଳର ଫଟୋ ଏବେ କନ୍ଧମାଳ ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଘଟିଛି ଜିଲ୍ଲାର କ.ନୂଆଗାଁ ଏକ କ୍ୱାରେଣ୍ଟିନ ସେଣ୍ଟରରେ।

ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବତୀ କ୍ୱାରେଣ୍ଟିନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ସେଲଫି ନେଇଥିଲେ। ଆଉ ଏହି ଫଟୋ ଭାଇରାଲ ହେବା ପରେ କ୍ୱାରେଣ୍ଟିନ ସେଣ୍ଟର ଭିତରେ କୋଭିଡ ଆଇନକୁ ଖୋଲାଖୋଲି ଉଲଂଘନ ହେଉଥିବା ଜଣାଯାଇଛି। ସେଲ୍ଫିରେ ଦୁଇ ଜଣ ଅଧିକାରୀ ସାମାଜିକ ଦୂରତା ରଖିନଥିବାବେଳେ କେଉଁ ପରିସ୍ଥିତିରେ  ଓ କେଉଁ କାରଣ ନେଇ ଯୁବତୀ ଜଣକ ସହ ସେଲଫି ନେଲେ ତାହା ଏବେ ସବୁଠୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରିକି ଅନ୍ୟ ଜଣେ ଅଧିକାରୀ କ୍ୱାରେଣ୍ଟିନ ସେଣ୍ଟର ଭିତରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି। ଭିଏଲଡବ୍ଲୁ ପ୍ରଶାନ୍ତ କୁମାର ବେହେରା ଓ ନୋଡ଼ାଲ ଅଧିକାରୀ ଦାୟିତ୍ୱରେ ଥିବା ନିରଞ୍ଜନ ନାୟକ ଏହି ସେଲଫି ନେଇଥିବା ଜଣାଯାଇଛି। ଅନ୍ୟପଟେ ସେଲଫି ଫଟୋ ନେବା ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ.ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀ କହିଛନ୍ତି।

2-officers-took-selfie-with-lady-in-quarntine-centre
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories