ଦୁର୍ନୀତି କରି ଚାକିରିରୁ ତଡ଼ା ଖାଇଲେ ସରକାରୀ ବାବୁ

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର। ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ପେନ୍‌ସନ୍ ସଂକ୍ରାନ୍ତୀୟ ସୁବିଧାକୁ ପୁରା ବନ୍ଦ କରି ଦେଇଛନ୍ତି ସରକାର।

ମୟୂରଭଂଜ ଜିଲ୍ଲାର ଖୁଣ୍ଟାରେ କାର୍ଯ୍ୟରତ ବଳରାମ ସୁନା ଓ ମହିଳା ଓ ଶିଶୁ ବିକାଶ ବିଭାଗରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ କାମ କରୁଥିବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ବସନ୍ତ କୁମାର ସାହୁଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଉଭୟଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିଲା।

ସେହିପରି ଭୁବନେଶ୍ୱର BEDର ପୂର୍ବତନ ଡିଜିଏମ୍ ଇଲେକ୍ଟ୍ରିକାଲ ଦାମୋଦର ଦାସ ଓ ଅବସରପ୍ରାପ୍ତ ASI ଏମ୍ ଜଗନ୍ନାଥ ରାଓଙ୍କ ପେନସନ ବନ୍ଦ କରାଯାଇଛି। ଏମାନଙ୍କ ନାଁରେ ମଧ୍ୟ ଦୁର୍ନୀତି ଅଭିଯୋଗ ଥିଲା। ଏହି ୪ ଜଣଙ୍କୁ ମିଶାଇ ବର୍ଷେ ଭିତରେ ୧୧୭ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

You might also like