ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ୨ ଓଡ଼ିଆ ଏଯାଏଁ ଫେରି ନାହାନ୍ତି

କୋରାପୁଟ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ  ଯୋଗା ଦେଇଥିବା ଦୁଇ ଓଡ଼ିଆ ଏଯାଏ ରାଜ୍ୟାକୁ ଫେରି ନାହାନ୍ତି। ଉଭୟ କୋରାପୁଟ ଜିଲ୍ଲାର। ଦୁହିଁଙ୍କ ମଧ୍ୟରୁ ଜଣେ କୋଟପାଡରୁ  ଓ ଅନ୍ୟ ଜଣେ ଜୟପୁରରୁ।

କୋଟପାଡରୁ ଯାଇଥିବା ବ୍ୟକ୍ତି  ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର।

ନିଜାମୁଦ୍ଦିନ ଧାର୍ମିକ ସଭାରେ ସମଗ୍ର ବିଶ୍ୱରୁ ୨୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସେଥିରେ ଓଡ଼ିଶାରୁ ମଧ୍ୟ କେତେକ ଲୋକ ସାମିଲ ହୋଇଥିଲେ। ତେବେ ମରକାଜରେ ଥିବା ଲୋକମାନେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇଛି। ଗତକାଲି ନିଜାମୁଦ୍ଦିନ ଫେରନ୍ତା ୩ ଓଡ଼ିଆ ଓ ସେମାନଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ଙ୍କୁ ରଖାଯାଇଥିଲା। ଅନ୍ୟମାନଙ୍କୁ ରାଜ୍ୟ ସରକାର ଖୋଜୁଛନ୍ତି। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି।

 

You might also like