ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ଗୁହାରି କଲେ ପରିବାର ଲୋକେ

କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ।

ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।  ଉଭୟଙ୍କ ମୃତଦେହ ଦୁବାଇରୁ ଆଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ଲୋକ ନିବେଦନ କରିଛନ୍ତି।

ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଯାଞ୍ଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like