• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ ଓ କଟକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱରରେ ଆଉ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁସାରେ, ଭୁବନେଶ୍ୱରରୁ ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ କ୍ୱାରେଣ୍ଟିନ୍ ଓ ଆଉ ଗୋଟିଏ‌ ଲୋକାଲ କେସ୍ ରହିଛି। କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ବ୍ୟକ୍ତିଙ୍କ ଘର ଜୟଦେବ ବିହାର ଓ ତାଙ୍କ ବୟସ ୩୯ ବର୍ଷ। ଲୋକାଲ କେସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ୱାର୍ଡ ନଂ୨୬, ଶରନପାଲି। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୩୦ ବର୍ଷ।

ସେହିପରି କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଘର ଝାଞ୍ଜିରିମଙ୍ଗଳା ଅଞ୍ଚଳରେ। ତାଙ୍କ ବୟସ ୨୩ ବର୍ଷ ଓ କିଛି ଦିନ ତଳେ ସେ ଚେନ୍ନାଇରୁ ଫେରିଥିଲେ। ଅନ୍ୟପକ୍ଷେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ମହାନଦୀବିହାର ଅଞ୍ଚଳରେ। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୮୦ ବର୍ଷ।

2-new-covid19-cases-reported-from-bhubaneswar-and-one-from-cuttack-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories